Follow Us!

ଏକ ସାକ୍ଷାତକାର ପାଇଁ କିପରି ପ୍ରସ୍ତୃତ ହେବେ

05 December 2017
img

ଗୋଟିଏ ସାକ୍ଷାତକାରର ଉଦ୍ଦେଶ୍ୟ ହେଉଛି, ଆପଣଙ୍କ ପାଖରେ ଉପଯୁକ୍ତ କୌଶଳ, ଜ୍ଞାନ, ଏବଂ ଅଭିଜ୍ଞତା ଅଛି ବୋଲି ସାକ୍ଷାତକର୍ତ୍ତା ବୁଝିବା । ସାକ୍ଷାତକାର ସମୟରେ ଆପଣଙ୍କୁ ସାକ୍ଷାତକର୍ତ୍ତାଙ୍କୁ ବିଶ୍ୱାସ କରାଇବାକୁ ହେବ ଯେ ଆପଣ କାର୍ଯ୍ୟ ବର୍ଣ୍ଣନା ବୁଝନ୍ତି, କମ୍ପାନୀର କାମ ବିଷୟରେ ସଚେତନ ଅଛନ୍ତି. ଏବଂ କମ୍ପାନୀରେ ସେହି ପଦବୀର ଦାୟିତ୍ୱ ନେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୃତ ଅଛନ୍ତି ।   

1. ସାକ୍ଷାତକାର ପୂର୍ବରୁ ସମ୍ପୃକ୍ତ କମ୍ପାନୀ ବିଷୟରେ ସୂଚନା ନିଅନ୍ତୁ

ସାକ୍ଷାତକାର ପୂର୍ବରୁ ସମ୍ପୃକ୍ତ କମ୍ପାନୀ ବିଷୟରେ ସୂଚନା ନେବା ଦ୍ୱାରା ଆପଣଙ୍କୁ ପ୍ରଶ୍ନର ଉତ୍ତର ଦେବାରେ ସାହାଯ୍ୟ ମିଳିବ । କମ୍ପାନୀର ପୃଷ୍ଠଭୂମୀ ତଥ୍ୟ ଜାଣନ୍ତୁ, କମ୍ପାନୀ ଏବଂ ଏହାର ଉଦ୍ୟୋଗ ପ୍ରୋଫାଇଲ୍ ଅନୁଧ୍ୟାନ କରନ୍ତୁ । ଏହି କାର୍ଯ୍ୟ ପାଇଁ କମ୍ପାନୀର ୱେବସାଇଟ୍ କୁ ଯାଆନ୍ତୁ ଏବଂ ବିସ୍ତୃତରେ ଏହା ବୁଝନ୍ତୁ ।

ଆପଣଙ୍କ ପ୍ରୋଫାଇଲ୍ ସହ ପ୍ରାସଙ୍ଗିକତା ରଖୁଥିବା କମ୍ପାନୀର ପ୍ରଡକ୍ଟ ଏବଂ ସର୍ଭିସ୍ ବିଷୟରେ ଜାଣନ୍ତୁ । ଯଦି ସମ୍ଭବ, ପାଇଥିବା ସୂଚନା ଆଧାରରେ ଏକ ପ୍ରଶ୍ନ ତାଲିକା ପ୍ରସ୍ତୁତ କରନ୍ତୁ, ଯାହା କମ୍ପାନୀର ହିତାଧିକାରୀ, ଏହାର ପ୍ରଡକ୍ଟ, ମାର୍କେଟ୍ କିମ୍ବା ପରିସ୍ଥିତି ବିଷୟରେ ଆପଣଙ୍କୁ ପଚାରି ପାରିବ ।

2. କାର୍ଯ୍ୟ ବା ଚାକିରି ଆବଶ୍ୟକତା ପାଇଁ ଆପଣଙ୍କ କୌଶଳ ଏବଂ ଯୋଗ୍ୟତା ତୁଳନା କରନ୍ତୁ

କାର୍ଯ୍ୟ ବର୍ଣ୍ଣନା ତର୍ଜମା କରନ୍ତୁ । କାର୍ଯ୍ୟ ପାଇଁ ଜ୍ଞାନ, କୌଶଳ ବା ସ୍କିଲ୍ ଏବଂ ସମ୍ଭାବ୍ୟ ରୂପରେଖ ଅନୁଧ୍ୟାନ କରନ୍ତୁ ଏବଂ କମ୍ପାନୀ ପାଇଁ ଆପଣଙ୍କର ବର୍ତ୍ତମାନର ଜ୍ଞାନ ଏବଂ କୋଶଳ ବା ସ୍କିଲ୍ ଫିଟ୍ କି ନାହିଁ ସ୍ଥିର କରନ୍ତୁ ।

3. ଆପଣଙ୍କ ଉତ୍ତର ପ୍ରସ୍ତୁତ କରନ୍ତୁ

ଅଧିକାଂଶ ସାକ୍ଷାତକାରରେ ପ୍ରଶ୍ନର ଉତ୍ତର ଦେବା ବ୍ୟତୀତ ଆପଣଙ୍କ ବ୍ୟବହାର ଏବଂ ଶିଷ୍ଠାଚାର ଆଲୋଚନା କରାଯାଏ । ବେଶ ସହଜ ଏବଂ ସରଳ ଶୈଳୀରେ ନିଜର ଉତ୍ତର ଉପସ୍ଥାପନ ପାଇଁ ଅଭ୍ୟାସ କରନ୍ତୁ । ସାକ୍ଷାତକାର ସମୟରେ କୌଣସି ପ୍ରକାର ଭୟ, ଅଶାନ୍ତି କିମ୍ବା ବ୍ୟସ୍ତତା ନଦେଖାଇବା ପାଇଁ ଚେଷ୍ଟା କରନ୍ତୁ ।

6. ନିଜ ଶରୀର ଭାବଭଙ୍ଗୀ ଉପରେ ଧ୍ୟାନ ଦିଅନ୍ତୁ

ଆପଣଙ୍କ ଉତ୍ତର ସହ, ନିଜ ଶରୀର ଭାବଭଙ୍ଗୀ ପ୍ରତି ସ୍ଵତନ୍ତ୍ର ଧ୍ୟାନ ଦିଅନ୍ତୁ । ଏପରିକି ଆପଣ ୱେଟିଂ ରୁମ୍ ରେ ବସିଥିବା ବେଳେ ମଧ୍ୟ,  ଆତ୍ମ ବିଶ୍ବାସ ପ୍ରଦର୍ଶନ ପାଇଁ ହସହସ ( ଖୁସି ଥିବା ଚେହେରା) ରୁହନ୍ତୁ , ଆଖି ମିଶାଇ କଥାବାର୍ତ୍ତା କରନ୍ତୁ ଏବଂ ଭଲରେ ହ୍ୟାଣ୍ଡସେକ୍ କରନ୍ତୁ । ଚେୟାର ରେ ଆରାମରେ ବସନ୍ତୁ ଏବଂ ହାତ କିମ୍ବା ପାଦ ହଲାନ୍ତୁ ନାହିଁ ।

ବିନା କୌଣସି ଭୟରେ ସାକ୍ଷାତକର୍ତ୍ତାଙ୍କ ପ୍ରଶ୍ନର ସବୁ ଦିଗର ଉତ୍ତର ଦିଅନ୍ତୁ ଏବଂ ନିଜକୁ ଛୋଟ କରନ୍ତୁ ନାହିଁ । ମନେରଖନ୍ତୁ ଯେ, ଆପଣଙ୍କ ମୁଁହର ଭାବଭଙ୍ଗୀ ଆପଣଙ୍କ ଭାବନାକୁ ବ୍ୟକ୍ତ କରିଥାଏ । କିଭଳି ପ୍ରତିକ୍ରିୟା ଦେବାକୁ ହେବ ସେ ବିଷୟରେ ଧ୍ୟାନ ରଖିଥାନ୍ତୁ ।

ନିଜ ପୋଷାକ ଉପରେ ଧ୍ୟାନ ଦିଅନ୍ତୁ, ସାଧା ରଙ୍ଗର ଉପଯୁକ୍ତ ପୋଷାକ ପିନ୍ଧନ୍ତୁ ଏବଂ ଏକ ସକରାତ୍ମକ ଭାବମୂର୍ତ୍ତୀ ଉପସ୍ଥାପନ କରନ୍ତୁ ।

ଜରୁରୀ ସୂଚନା

ଭାରତରେ ଡିଜିଟାଲ୍ ମାର୍କେଟିଂରେ ଚାକିରିରେ ଆବଶ୍ୟକ ମୁଖ୍ୟ କୌଶଳ

ଡିଜିଟାଲ୍ ମାର୍କେଟିଂ ଏଜେନ୍ସିରେ ଚାକିରି ଆପଣଙ୍କ ଠାରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତାର ସହ ଏକାଧିକ କାର୍ଯ୍ୟ କରିବାକୁ ଆବଶ୍ୟକ କରିଥାଏ । ଆପଣ କାମ କରିବାକୁ ଥିବା ବିଭିନ୍ନ ଡିଜିଟାଲ୍ ମାର୍କେଟିଂ ଅଭିଯାନରେ ସୃଜନଶୀଳତା ସାମିଲ କରିବା ଏବଂ ମୂଲ୍ୟବୋଧ ନିୟୋଜିତ କରିବାର ମହତ୍ତ୍ବ ଆପଣଙ୍କୁ ବୁଝିବାକୁ ପଡ଼ିବ । ଯଦି ଆପଣ ମୁମ୍ବାଇ, ଗୁରଗାଓଁ କିମ୍ବା ନୋଇଡ଼ାରେ ଡିଜିଟାଲ୍ ମାର୍କେଟିଂ ଚାକିରି କରିବାକୁ ଆଗ୍ରହୀ, କିମ୍ବା ସୋପାନରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି ଏବଂ ଡିଟିଟାଲ୍ ମାର୍କେଟିଂ ମ୍ୟାନେଜର ଚାକିରିରେ ପହଞ୍ଚନ୍ତି, ଆପଣଙ୍କୁ ଆବଶ୍ୟକ କୌଶଳ ଏଠାରେ ଅଛି :

What To Wear In An Interview?

How to dress for an interview is often the most doubtful part of the job hunt process. Apart from how well you know the answer to the questions being asked, a successful job interview also depends upon how you present yourself. This is why a smart as well as pulled-together appearance is important to help in convincing the hiring manager that you could be the perfect fit for their company.  

ମହତ୍ତ୍ଵପୂର୍ଣ୍ଣ କୌଶଳ ସେଟ ଯାହାକି ଆପଣଙ୍କର କ୍ୟାରିଅର କୁ ମହାନ ଉଚ୍ଚତାକୁ ନେଇଯାଇପାରେ ଦିଅନ୍ତୁ ବା ସେୟାର କରନ୍ତୁ

ଆମେ ଏଭଳି ଏକ ସମୟରେ ରହୁଛୁ, ଯେତେବେଳେ ବଜାର କେବଳ ବଡ ଆକାରରେ ଭିନ୍ନ ପ୍ରକାରର ନାହିଁ, ତା ସହିତ କ୍ରମାଗତ ଭାବରେ ମଧ୍ୟ ପରିବର୍ତ୍ତନ ହେଉଛି। ତେଣୁ କୌଣସି ମଧ୍ୟ ବ୍ୟକ୍ତିଙ୍କ ପାଇଁ କେବଳ ବଜାୟ ରଖିବା ନୁହେଁ, ତା ସହିତ ଆଖପାଖରେ ଏହି ଗତିଶୀଳ କାମ ରେ ବୃଦ୍ଧି, ଅନୁକୁଳନଶୀଳତା ଏବଂ ଉପଯୋଗୀତାବାଦୀ ଦୃଷ୍ଟିକୋଣ ର ମୁଖ୍ୟ ଗୁଣଗୁଡ଼ିକୁ ବଜାୟ କରି ରଖିବା ଅଟେ।. ଆପଣ ବୋଧହୁଏ ଜଣେ ପେଶାଗତ ବ୍ୟକ୍ତି ରୂପରେ ନିଜର ଯାତ୍ରା ଆରମ୍ଭ କରିବା ପାଇଁ ଚାହୁଁଥାନ୍ତି କିମ୍ବା ଉତ୍କୃଷ୍ଟତର ସମ୍ଭାବନା ଗୁଡିକର ଅନୁସନ୍ଧାନ କରୁଥିବା ଜଣେ ଯୁବ ପେଶାଗତ ବ୍ୟକ୍ତି ହୋଇପାରନ୍ତି, ଆପଣଙ୍କୁ ଆପଣଙ୍କର ପୋର୍ଟଫୋଲିଓ ରେ ମହତ୍ତ୍ୱପୂର୍ଣ୍ଣ ଗୁଣଗୁଡ଼ିକୁ ସାମିଲ କରିବାକୁ ହେବ, ଯାହାକି ଆପଣଙ୍କର ସମ୍ପତ୍ତି ରୂପରେ ଆପଣଙ୍କୁ ମୁଲ୍ୟବାନ ବନାଇଥାଏ। ଆପଣଙ୍କ ଗୁଣ ଗୁଡ଼ିକ ଯେତେ ଅଧିକ ବିଭିନ୍ନତା ଏବଂ ଅନନ୍ୟ ହେବ, ଆପଣଙ୍କୁ ଅନ୍ୟ ମାନଙ୍କ ଅପେକ୍ଷା ସେତେ ଅଧିକ ମୂଲ୍ୟ ମିଳିବ।

ଫ୍ରେସର୍ ଭାବେ ଜଣେ କିପରି ଗୋଟିଏ ଭଲ ଚାକିରି ପାଇ ପାରିବ ?

ଜଣେ ଫ୍ରେସର୍ ଙ୍କ ପାଇଁ ଦିଲ୍ଲୀ, ମୁମ୍ବାଇ ଏବଂ ସେହିଭଳି ସହରରେ ଚାକିରି ଏତେ କଷ୍ଟ ନୁହେଁ ଯେତେ ଧରିନିଆଯାଇଥାଏ । ତେବେ, ନୂଆ ସ୍ନାତକଙ୍କ ପାଇଁ ଏହା ଗୋଟିଏ ମୁଖ୍ୟ ଚିନ୍ତା -  ମୁମ୍ବାଇ ଓ ଅନ୍ୟ ମେଟ୍ରୋ ସହରରେ ଚାକିରି କରିବା, ଏବଂ କିପରି ସେମାନେ ନିଜ ପାଇଁ ଗୋଟିଏ ଭଲ ଚାକିରି ପାଇବେ । ପ୍ରଥମ କଥା ହେଉଛି, ସଠିକ୍ ଚାକିରି ପାଇବା ପର୍ଯ୍ୟନ୍ତ ତାଲିକାଭୁକ୍ତ ବିଭିନ୍ନ ସ୍ଥାନରେ ଆବେଦନ କରିବାକୁ ଏବଂ କଲ୍ କରିବାକୁ ଫ୍ରେସର୍ ନିହାତି ଭାବେ ନିଜକୁ ପ୍ରସ୍ତୁତ କରିବେ । ଏଥିସହ, ଯଦି ସେମାନେ ନିନ୍ନଲିଖିତ ଟିପ୍ସ ଧ୍ୟାନରେ ରଖିବେ, ତାହାଲେ ମଧ୍ୟ ଏହା ତାଙ୍କୁ ସାହାଯ୍ୟ କରିବ ।

ନିଜର ରିଜ୍ୟୁମ୍ ଏବଂ କଭର୍ ଲେଟର୍ ରେ ଆବଶ୍ୟକ ସୁଧାର ଆଣନ୍ତୁ କିମ୍ବା ଏହାକୁ ଆକର୍ଷଣୀୟ କରନ୍ତୁ

ଅଧିକ ଭଲ କ୍ୟାରିଅର୍ ବିକାଶ ପାଇଁ ଟିପ୍ସ

ଆପଣଙ୍କ କ୍ୟାରିଅର୍ ବିକାଶ ପାଇଁ କେବଳ ଆପଣ ହିଁ ଦାୟୀ । ଯେମାନଙ୍କର କ୍ୟାରିଅର୍ ଦ୍ରୁତ ଗତିରେ ବଢ଼ିଥାଏ, ସେମାନେ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଜାଣନ୍ତି ଯେ ବଜାରରେ ପ୍ରତିଯୋଗୀତା ସବୁବେଳେ ରହିଛି  । ସେହି ବ୍ୟକ୍ତିମାନେ ସଫଳତା ପାଇବା ପାଇଁ ଆବଶ୍ୟକ ସୋପାନ ନିଅନ୍ତି ଏବଂ ନିଜ କ୍ୟାରିଅର୍ ବିକାଶର ସମ୍ପୂର୍ଣ୍ଣ ଦାୟିତ୍ୱ ନେଇଥାନ୍ତି । ଆପଣ ନିଜର କ୍ୟାରିଅର ବୃଦ୍ଧି କରିବାକୁ ଚାହୁଁଥିଲେ,  ସବୁବେଳେ ଏଭଳି ଚାକିରି ଦେଖି ପାରିବେ ଯେଉଁଠି ଅଧିକ ଶିଖିବାକୁ ମିଳିବ ଏବଂ ଯେଉଁଠି ନିଜର ପାରଦର୍ଶିତା ଉପଯୋଗ କରିବାର ସୁଯୋଗ ମିଳି ପାରିବ । ଉଦାହରଣ ସ୍ୱରୂପ, ଏହି ଉଦ୍ଦେଶ୍ୟ ସାଧନ ପାଇଁ ଜଣେ ଫ୍ରେସର୍ ଭାବେ ଆପଣ ଅନଲାଇନ୍ ରେ ବେଙ୍ଗଳୁରୁ କିମ୍ବା ମୁମ୍ବାଇ ଭଳି ସହରରେ ଅନଲାଇନ୍ ଚାକିରି ଖୋଜି ପାରିବେ । ନିଜକୁ କ୍ୟାରିଅରର ବିକାଶ ପାଇଁ, ଏହାର ଦ୍ରୁତ ଅଭିବୃଦ୍ଧି ପାଇଁ ଏଠାରେ କିଛି ଟିପ୍ସ ଦିଆଗଲା ଯାହା ଆପଣ ଉପଯୋଗ କରିପାରିବେ ।

ଭାରତୀୟ ଚାକିରି ବଜାରରେ କେଉଁ କୋର୍ସ ଗୁଡ଼ିକର ଅଧିକ ଚାହିଦା ରହିଛି ?

ପୁରୁଣା ସମୟଠାରୁ ଭିନ୍ନ, ଆଜିକାଲି ଛାତ୍ରଛାତ୍ରୀମାନେ ଖାସକରି, ନିଜେ ଚାହୁଁଥିବା କ୍ୟାରିଅର୍ ଚୟନ କରିବା କ୍ଷେତ୍ରରେ ଅଧିକ ବିବେକପୂର୍ଣ୍ଣ ଏବଂ ବିଚାରବନ୍ତ । ବର୍ତ୍ତମାନ ପୃଷ୍ଠଭୂମୀରେ, ଯେଉଁଠି ବ୍ୟାପକ କ୍ୟାରିଅର୍ ବିକଳ୍ପ ଉପଲବ୍ଧ , ସେଠାରେ ପୂର୍ବକଥିତ ଗୁଣାବଳୀ ଥିବା ଛାତ୍ରମାନେ ନିର୍ଦ୍ୱନ୍ଦରେ ଆଗକୁ ଯାଇ ପାରିବେ । 

ନିଜ ପାଇଁ ଭଲ କ୍ୟାରିଅର୍ ଖୋଜିବାର ସବୁଠାରୁ ଭଲ ପନ୍ଥା ଅନ୍ତର୍ଭୁକ୍ତ ହେଉଛି, ଏକ କ୍ୟାରିଅର୍ ବାଛିବା ଆଗରୁ ଧ୍ୟାନର ସହ ମହତ୍ତ୍ୱପୂର୍ଣ୍ଣ ଫ୍ୟାକ୍ଟର ଆକଳନ କରିବା, ଯେପରି ଜଣଙ୍କର ପ୍ରକୃତ ହିତ ସମ୍ପୃକ୍ତ ଥିବା କୌଣସି କ୍ଷେତ୍ର ଏବଂ ମାର୍କେଟ୍ ର ଚାହିଦା ଥିବା କୋର୍ସ ବା ପାଠ୍ୟକ୍ରମ  ।

ନିଯୁକ୍ତିଦାତାମାନେ କର୍ମଚାରୀଙ୍କଠାରେ କେଉଁ କୌଶଳ ଖୋଜିଥାନ୍ତି ?

ପ୍ରାୟ ସବୁ କ୍ଷେତ୍ରରେ ଟେକ୍ନୋଲୋଜିର ସମନ୍ୱୟ ହେବା ଫଳରେ, ଚାକିରି ଆବେଦନ ଅନଲାଇନ୍ ଖୋଜିବା ବା ପାଇବା ଆଉ ଏତେ କଷ୍ଟ ନୁହେଁ । କେବଳ ଆପଣଙ୍କୁ ସଠିକ୍ ପାରାମିଟର୍ ବା ମାପଦଣ୍ଡ ସହ ଖୋଜିବାକୁ ହେବ ଏବଂ ଆପଣ ପ୍ରାୟ ସମସ୍ତ କ୍ଷେତ୍ରରେ ଉପଲବ୍ଧ ଥିବା ବ୍ୟାପକ ଚାକିରି ତାଲିକା ଦେଖି ପାରିବେ । ତେବେ, ଭାରତରେ ଥିବା ଅନେକ ଜବ୍ ପୋର୍ଟାଲ୍ ରେ ଆପଣଙ୍କୁ ଚାକିରି ଆବେଦନ ଅନଲାଇନ୍ ପ୍ରଦର୍ଶିତ ହେବା ସତ୍ତ୍ବେ, ସବୁକିଛି ଆପଣ ଓ ଆପଣଙ୍କ କୌଶଳ ଉପରେ ଏବଂ ସାକ୍ଷାତକାର ରାଉଣ୍ଡରେ ଆପଣ କିପରି କରୁଛନ୍ତି ତାହା ଉପରେ ନିର୍ଭର କରିଥାଏ; ଏବଂ ବାସ୍ତବରେ ତାହା ହିଁ ସ୍ଥିର କରିଥାଏ ଆପଣ ଚାକିରି ପାଇବେ କି ନାହିଁ । ଖାସ୍ କରି ଏହି କଥା ସ୍ନାତକ କିମ୍ବା ଫ୍ରେସର୍ ମାନଙ୍କ କ୍ଷେତ୍ରରେ ଠିକ୍, କାରଣ ଦିଲ୍ଲୀ, ମୁମ୍ବାଇ କିମ୍ବା ଅନ୍ୟ ସହରରେ ଅନେକ ପ୍ରତିଯୋଗୀତା ଥାଏ  ; ଏବଂ ଫ୍ରେସର୍ ଭାବେ, ଆପଣଙ୍କ ପାଖରେ ହୁଏତ ସାକ୍ଷାତକାର କିମ୍ବା ଆବେଦନ ପରିଚାଳନା କରିବା ପାଇଁ ଅଧିକ ଅଭିଜ୍ଞତା ନଥାଇ ପାରେ ।

ମ୍ୟାନେଜମେଣ୍ଟ ଚାକିରି -  ଭାରତରେ ଏକ ଲୋକପ୍ରିୟ ପସନ୍ଦର କ୍ୟାରିଅର୍

ବିଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଚାକିରି ବଜାରରେ ଅନେକ ପରିବର୍ତ୍ତନ ହୋଇଛି । ଯଦିଓ ମ୍ୟାନେଜମେଣ୍ଟ ଚାକିରି ଦେଶରେ ସବୁବେଳେ ରହିଥିଲା,  ତେବେ ଏହାର ଆଖପାଖ କ୍ଷେତ୍ରରେ ହୋଇଥିବା ପ୍ରସାର ଅସାଧାରଣ । ଆଜି ସମସ୍ତ କ୍ଷେତ୍ରର ଛାତ୍ର, ସେମାନଙ୍କ ଜୀବନର କିଛି ମୋଡ଼ରେ ମ୍ୟାନେଜମେଣ୍ଟ କୋର୍ସ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଯଦି ଆପଣ ଭଲରେ ଭାବିବେ, ଏହାର କାରଣ ମଧ୍ୟ ବେଶ ପରିଷ୍କାର ।

ଆପଣ ଯେ କୌଣସି ଉଦ୍ୟୋଗରେ ଥାଆନ୍ତୁ ନା କାହିଁକି, ସବୁଠି ମ୍ୟାନେଜମେଣ୍ଟ ଚାକିରି ଅଛି । ମ୍ୟାମେଜମେଣ୍ଟ ଚାକିରିକୁ ଲୋକପ୍ରିୟ କରିବା ପାଇଁ ମ୍ୟାନେଜମେଣ୍ଟର ବିଭିନ୍ନ ଭାରତୀୟ ପ୍ରତିଷ୍ଠାନର ବର୍ଦ୍ଧିତ ପ୍ରସିଦ୍ଧି ମଧ୍ୟ ଅବଦାନ ଦେଇଛି ।

ବିସ୍ତାର କ୍ଷେତ୍ର

ଇନସୁରାନ୍ସ କଷ୍ଟମର୍ ସର୍ଭିସ୍ ପ୍ରତିନିଧିଙ୍କ ଭୂମିକା

ଇନସୁରାନ୍ସ କଷ୍ଟମର୍ ସର୍ଭିସ୍ ପ୍ରତିନିଧି ଗ୍ରାହକଙ୍କୁ ସୂଚନା ପ୍ରଦାନ କରିଥାନ୍ତି ଯେପରି ସେମାନଙ୍କ ପ୍ରଡକ୍ଟ ଏବଂ ସର୍ଭିସ୍ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ମିଳିବ । ତାଙ୍କୁ ଅଭିଯୋଗ ପରିଚାଳନା କରିବାକୁ ହୋଇଥାଏ ଏବଂ ଏହାର ସମାଧାନ କରିବାକୁ ହୋଇଥାଏ । ଏଥିସହ, ଇନସୁରାନ୍ସ ସର୍ଭିସ୍ ପ୍ରତିନିଧିଙ୍କର ଗ୍ରାହକ ସେବା ପ୍ରତିନିଧିଙ୍କ ଭଳି  ସମାନ ଦାୟିତ୍ୱ ଥାଏ , କାରଣ ସେହି ବ୍ୟକ୍ତି ଆବଶ୍ୟକ ସାହାଯ୍ୟ ଏବଂ କ୍ଲାଇଣ୍ଟଙ୍କୁ ସହଯୋଗ କରିଥାନ୍ତି । ବେଳେବେଳେ, ତାଙ୍କୁ କିଛି ନିର୍ଦ୍ଧିଷ୍ଟ ଅଭିଯୋଗ ସମାଧାନ ପାଇଁ ନିର୍ଦ୍ଧାରିତ ବିଭାଗକୁ ପଠାଯାଏ ।

ଯଦି ଆପଣ ଇନସୁରାନ୍ସ ସେକ୍ଟରରେ ଜଣେ ଗ୍ରାହକ ସେବା ପ୍ରତିନିଧି ଚାକିରି ଖୋଜୁଛନ୍ତି, ଆପଣ ତାହାକୁ ସ୍ୱାସ୍ଥ୍ୟ ବୀମା, ଜୀବନ ବୀମା ଏବଂ ସାଧାରଣ ବୀମା ଚାକିରି ଅଧିନରେ ଖୋଜି ପାରିବେ । ଇନସୁରାନ୍ସ କିଣିଥିବା ବ୍ୟକ୍ତିଙ୍କ ସେବା ପ୍ରଦାନ ପାଇଁ ଗ୍ରାହକ ସେବା ପ୍ରତିନିଧିଙ୍କ କୌଶଳ, କର୍ତ୍ତବ୍ୟ ଏବଂ ଅନ୍ୟ ଉପଯୋଗୀ ସୂଚନା ବିଷୟରେ ଜାଣିବା ପାଇଁ ପଢ଼ନ୍ତୁ

ମହିଳାଙ୍କ ପାଇଁ ଡିପ୍ଲୋମା ଇଞ୍ଜିନିଅରିଂ ଚାକିରୀରେ ଚ୍ୟାଲେଞ୍ଜ୍

ଭାରତରେ, ଏ ପର୍ଯ୍ୟନ୍ତ, ପାରମ୍ପରିକ ଶୈଳୀରେ କୁଶଳୀ କାର୍ଯ୍ୟ ଶିଖାଯାଇଛି ଏବଂ କରାଯାଇଛି । ପ୍ରାୟତଃ ପୁଅମାନେ ଏସବୁ କୌଶଳ କାର୍ଯ୍ୟରତ ବାପାଙ୍କଠାରୁ ଶିଖିଥାନ୍ତି ।

କିନ୍ତୁ ଗତ କିଛି ଦଶନ୍ଧିରେ କୌଶଳ ବିକାଶ କ୍ଷେତ୍ରରେ ଉପଯୁକ୍ତ ପ୍ରଶିକ୍ଷଣର ଆବଶ୍ୟକତା ଅନୁଭବ କରାଯାଇଥିଲା । କୌଶଳ ବିକାଶର ଅଭାବ ଯୋଗୁ ଉଦ୍ୟୋଗ ଗୁଡ଼ିକ ଉପରେ ପଡ଼ିଥିବା ପ୍ରତିକୂଳ ପ୍ରଭାବ ପରେ, ନିକଟରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ( ପିଏମ୍ କେ ଭିୱାଇ) ଆରମ୍ଭ ହୋଇଛି । ଚାରି ବର୍ଷ ମଧ୍ୟରେ (2016-2020) 10 ଲକ୍ଷ ଯୁବ ବର୍ଗଙ୍କୁ ଫାଇଦା ପହଞ୍ଚାଇବା ଏହି ଯୋଜନାର ଉଦ୍ଦେଶ୍ୟ  ।

 

ପିଏମ୍ କେ ଭିୱାଇ ହେଉଛି କୌଶଳ ବିକାଶ ଏବଂ ଉଦ୍ୟୋଗୀକରଣ ମନ୍ତ୍ରଣାଳୟର ( ଏମ୍ ଏସ୍ ଡିଇ) ମୁଖ୍ୟ ଯୋଜନା  । କୌଶଳ ପ୍ରମାଣୀକରଣ ବା ସ୍ୱୀକୃତି ଯୋଜନାର ଲକ୍ଷ୍ୟ ହେଉଛି ଅଧିକ ସଂଖ୍ୟକ ଭାରତୀୟ ଯୁବଗୋଷ୍ଠୀକୁ ଅଧିକ ଭଲ ଜୀବନଶୈଳୀ ପାଇବାରେ ସକ୍ଷମ କରାଇବା

ଭାରତର ସର୍ବୋତମ 10ଟି ସ୍କିଲ୍ ଆଧାରିତ କାର୍ଯ୍ୟ ବା ଚାକିରି

ଗତ 10 ବର୍ଷ ମଧ୍ୟରେ ଭାରତୀୟ ଅର୍ଥନୀତିରେ ଅଦ୍ଭୂତପୂର୍ବ ବିଚଳନ ଆସିଛି । ଏହି ବିକାଶ ଜାରି ରହିବ ଏବଂ ପରବର୍ତ୍ତୀ 2-3 ଦସନ୍ଧିରେ ଭାରତୀୟ ଆର୍ଥନୀତି ବିଶ୍ଵର ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ ହେବ ।

ଏହି ବିକାଶରେ ସ୍କିଲ୍ ବା କୌଶଳ ଆଧାରିତ ଚାକିରିର ଗୋଟିଏ ବଡ଼ ଅବଦାନ ହେବ । କାରଣ କୌଣଶି ଛୋଟ କିମ୍ବା ବଡ଼ ମେସିନ୍ କିମ୍ବା ଛୋଟ ଫ୍ୟାକ୍ଟ୍ରି ମଧ୍ୟ ସ୍କିଲ୍ ଆଧାରିତ କାର୍ଯ୍ୟ ବିନା ସଂଚାଳିତ ହୋଇ ପାରିବ ନାହିଁ ।

ଭାରତର ଶୀର୍କ୍ଷ ଦଶଟି ସ୍କିଲ୍ – ଆଧାରିତ କାର୍ଯ୍ୟ ବା ଚାକିରି ଏଠାରେ ଦିଆଯାଇଛି :

ଏକ ସାକ୍ଷାତକାର ପାଇଁ କିପରି ପ୍ରସ୍ତୃତ ହେବେ

ଗୋଟିଏ ସାକ୍ଷାତକାରର ଉଦ୍ଦେଶ୍ୟ ହେଉଛି, ଆପଣଙ୍କ ପାଖରେ ଉପଯୁକ୍ତ କୌଶଳ, ଜ୍ଞାନ, ଏବଂ ଅଭିଜ୍ଞତା ଅଛି ବୋଲି ସାକ୍ଷାତକର୍ତ୍ତା ବୁଝିବା । ସାକ୍ଷାତକାର ସମୟରେ ଆପଣଙ୍କୁ ସାକ୍ଷାତକର୍ତ୍ତାଙ୍କୁ ବିଶ୍ୱାସ କରାଇବାକୁ ହେବ ଯେ ଆପଣ କାର୍ଯ୍ୟ ବର୍ଣ୍ଣନା ବୁଝନ୍ତି, କମ୍ପାନୀର କାମ ବିଷୟରେ ସଚେତନ ଅଛନ୍ତି. ଏବଂ କମ୍ପାନୀରେ ସେହି ପଦବୀର ଦାୟିତ୍ୱ ନେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୃତ ଅଛନ୍ତି ।   

1. ସାକ୍ଷାତକାର ପୂର୍ବରୁ ସମ୍ପୃକ୍ତ କମ୍ପାନୀ ବିଷୟରେ ସୂଚନା ନିଅନ୍ତୁ

ୱାର୍କଫୋର୍ସରେ ଯୋଗଦେଉଛନ୍ତି କି? ଏଠାରେ ରହିଛି ଆପଣ କିପରି ନିଜର ବାୟୋଡାଟା ତିଆରି କରି ପାରିବେ

ଏଠାରେ ରହିଛି ଆପଣ କିପରି ନିଜର ବାୟୋଡାଟା ତିଆରି କରି ପାରିବେ

ବାୟୋଡାଟା କଣ ? ବାୟୋଡାଟା ହେଉଛି ଏକ ଡକ୍ୟୁମେଣ୍ଟ ଯାହା ଆମେ କୌଣସି ଚାକିରି ପାଇଁ ଆବେଦନ କରିବା ବେଳେ ସମ୍ପୃକ୍ତ ନିଯୁକ୍ତିଦାତା / କମ୍ପାନୀକୁ ଦେଇଥାଉ । ବାୟୋଡାଟାର ସାହାଯ୍ୟ ବିନା ଆମେ ନିଜ କାର୍ଯ୍ୟ ଅଭିଜ୍ଞତା ବିଷୟରେ କହି ପାରିବା ନାହିଁ ।

ବାୟୋଡାଟାର ପ୍ରମୁଖ ଅଂଶ କଣ ?

ସାକ୍ଷାତକାରରେ ସାଧାରଣତଃ ପଚରାଯାଉଥିବା 10ଟି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରଶ୍ନ

ସାକ୍ଷାତକାରକୁ ଯିବା ବେଳେ ସବୁଠାରୁ ବଡ଼ କୌତୁହଳ ବା ଉତ୍କଣ୍ଠାର କଥା ହେଉଛି – କେଉଁ ବିଷୟରେ ପଚରାଯିବ? ଯଦିଓ ଏ ଘଟଣାରେ ପ୍ରକୃତ ଉତ୍ତର ବା ପ୍ରତିକ୍ରିୟା କେବଳ ସାକ୍ଷାତକାର ସମୟରେ ହିଁ  ମର୍ନିଙ୍ଗ କୁ ମିଳିଥାଏ, ତେବେ ଏମିତି କିଛି ପ୍ରଶ୍ନ ଅଛି ଯାହା ସାଧାରଣତଃ ସାକ୍ଷାତକାରରେ ପଚରାଯାଇଥାଏ । ଯଦି ଆପଣ ତାହାର ଉତ୍ତର ଅଭ୍ୟାସ କରନ୍ତି, ତାହାଲେ ଆପଣ ଆତ୍ମବିଶ୍ୱାସ ର ସହ ଉତ୍ତର ଦେବାରେ ସକ୍ଷମ ହେବେ ଏବଂ ପ୍ରଶ୍ନର ଉତ୍ତର ଦେବା ପାଇଁ ନିଜର ଆତ୍ମବିଶ୍ବାସ ମଧ୍ୟ ବଢ଼ାଇ ପାରବେ ।

ଚାକିରି ଖୋଜନ୍ତୁ