ଭାରତରେ ଡିଜିଟାଲ୍ ମାର୍କେଟିଂରେ ଚାକିରିରେ ଆବଶ୍ୟକ ମୁଖ୍ୟ କୌଶଳ

ଡିଜିଟାଲ୍ ମାର୍କେଟିଂ ଏଜେନ୍ସିରେ ଚାକିରି ଆପଣଙ୍କ ଠାରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତାର ସହ ଏକାଧିକ କାର୍ଯ୍ୟ କରିବାକୁ ଆବଶ୍ୟକ କରିଥାଏ । ଆପଣ କାମ କରିବାକୁ ଥିବା ବିଭିନ୍ନ ଡିଜିଟାଲ୍ ମାର୍କେଟିଂ ଅଭିଯାନରେ ସୃଜନଶୀଳତା ସାମିଲ କରିବା ଏବଂ ମୂଲ୍ୟବୋଧ ନିୟୋଜିତ କରିବାର ମହତ୍ତ୍ବ ଆପଣଙ୍କୁ ବୁଝିବାକୁ ପଡ଼ିବ । ଯଦି ଆପଣ ମୁମ୍ବାଇ, ଗୁରଗାଓଁ କିମ୍ବା ନୋଇଡ଼ାରେ ଡିଜିଟାଲ୍ ମାର୍କେଟିଂ ଚାକିରି କରିବାକୁ ଆଗ୍ରହୀ, କିମ୍ବା ସୋପାନରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି ଏବଂ ଡିଟିଟାଲ୍ ମାର୍କେଟିଂ ମ୍ୟାନେଜର ଚାକିରିରେ ପହଞ୍ଚନ୍ତି, ଆପଣଙ୍କୁ ଆବଶ୍ୟକ କୌଶଳ ଏଠାରେ ଅଛି :
କଣ୍ଟେଣ୍ଟ ମାର୍କେଟିଂର ସଠିକ୍ ଉପଯୋଗ ଜାଣିବା
କଣ୍ଟେଣ୍ଟ ହେଉଛି ସମସ୍ତ ଡିଜିଟାଲ୍ ମାର୍କେଟିଂ ସେଟିଂର ଆଧାର । ଏଥିପାଇଁ ଡିଜିଟାଲ୍ ମାର୍କେଟିଂ କ୍ୟାମ୍ପେନ୍ ପାଇଁ ସଠିକ୍ କଣ୍ଟେଣ୍ଟ ତିଆରି କରିବା ପାଇଁ ଆପଣଙ୍କର କୌଶଳ ରହିବା ଗୁରୁତ୍ତ୍ବପୂର୍ଣ୍ଣ । କଣ୍ଟେଣ୍ଟ୍ ମାର୍କେଟିଂ ପାଇଁ ଜଣଙ୍କୁ ନିବନ୍ଧ ଓ ବ୍ଲଗ୍ ଲେଖିବା, ପିକ୍ଚର୍, ଇନଫୋ – ଗ୍ରାଫିକ୍ସ ଏବଂ ଅନ୍ୟ ପ୍ରକାରର କଣ୍ଟେଣ୍ଟ ପ୍ରସ୍ତୁତ କରିବା ବିଷୟରେ ଜାଣିବା ନିହାତି ଜରୁରୀ । ଡିଜିଟାଲ୍ ମାର୍କେଟିଂ କ୍ୟାମ୍ପେନ୍ ପାଇଁ ଏସବୁ ମୂଖ୍ୟ ଚୁମ୍ବକ ଭାବେ କାମ କରିବ ।
ମାର୍କେଟିଂ ପାଇଁ ସଠିକ୍ ଯୋଗାଯୋଗ ବା କମ୍ୟୁନିକେସନ୍ ର ବ୍ୟବହାର କରିବା, ଆପଣଙ୍କୁ ନିଶ୍ଚିତ କରିବ ଯେ ଆପଣଙ୍କ କ୍ୟାମ୍ପେନ୍, ବର୍ଦ୍ଧିତ ଗ୍ରାହକ ନିୟୋଜିତ ହେବା, ଟ୍ରାଫିକ୍ ବଢ଼ିବା, ଏସ୍ ଇଏ ଅଭିବୃଦ୍ଧି ଏବଂ ଅଧିକ ବାର୍ତ୍ତାଳପ ଏବଂ ବିକ୍ରି ଆଦି ଭଳି ଫାଇଦା ପାଉଛି ।
ମୋବାଇଲ୍ ମାର୍କେଟିଂକୁ ନିପୁଣତାର ସହ ବ୍ୟବହାରକ କରିବାର ଦକ୍ଷତା
ବୃଦ୍ଧି ପାଉଥିବା ମୋବାଇଲ୍ ଇଣ୍ଟରନେଟ୍ ପ୍ରବେଶ, ମୋବାଇଲ୍ ମାର୍କେଟିଂ ପାଇଁ ଏକ ଆବଶ୍ୟକତା ସୃଷ୍ଟି କରିଛି, ଯେମିତି ଅଧିକ ଭଲ ଟାର୍ଗେଟିଂ ଏବଂ ବାର୍ତ୍ତାଳପ ପାଇଁ ଆପଣଙ୍କୁ ପ୍ରଥମେ ମୋବାଇଲ୍ ସହ ସଂପର୍କ କରିବାକୁ ହେବ । ଜିଡିଟାଲ୍ ମାର୍କେଟିଂ କ୍ୟାମ୍ପେନ୍ ସଫଳ ବୋଲି ନିଶ୍ଚିତ କରିବାକୁ ଜିଡିଟାଲ୍ ମାର୍କେଟିଂ ଏଜେନ୍ସିରେ କାମ ଖୋଜୁଥିବା ବ୍ୟକ୍ତି ଭାବେ, ଆପଣଙ୍କୁ ମୋବାଇଲ୍ ଟ୍ରାଫିକରୁ ସମ୍ପୂର୍ଣ୍ଣ ଦକ୍ଷତାର ସହ ଲାଭ ଉଠାଇବାର ପନ୍ଥା ବିଷୟରେ ସଚେତନ ରହିବା ଆବଶ୍ୟକ ।
ଭାଇରାଲ୍ ମାର୍କେଟିଂ କ୍ୟାମ୍ପନେ ଚଲାଇବା କୌଶଳ
ଡିଜିଟାଲ୍ ମାର୍କେଟିଂ କ୍ୟାମ୍ପେନ୍ କରିବା ଯାହା ଭାଇରାଲ୍ ହେବ, ତାହାର ମୂଲ୍ୟ ଢେର୍ ଅଧିକ । ଜଣେ ଡିଜିଟାଲ୍ ମାର୍କେଟିଂ ଅଧିକାରୀ ଭାବେ, ବ୍ଲଗ୍ ଲେଖା ହେଉ, ଗୋଟିଏ ସୋସିଆଲ୍ ମିଡିଆ ପୋଷ୍ଟ ହେଉ କିମ୍ବା ଗୋଟିଏ ପ୍ରଭାବ ପକାଉଥିବା ବ୍ଲଗ୍, ଆପଣ ଏହା କିପରି କରିବେ ତାହା ଏ କ୍ଷେତ୍ରରେ ଜାଣିବା ନିହାତି ଲାଭପ୍ରଦାନକାରୀ । ଖାସ୍ କରି ଆପଣ ଯଦି ଗୁରାଗାଓଁ, ମୁମ୍ବାଇ କିମ୍ବା ନୋଇଡାରେ ଡିଜିଟାଲ୍ ମାର୍କେଟିଂ ଚାକିରି ଖୋଜୁଛନ୍ତି, ତାହେଲେ ଯଦି କ୍ୟାମ୍ପେନ୍ କିଛି ଦାବି କରୁଛି, ତାହେଲେ ଆପଣଙ୍କୁ ଏ ବିଷୟରେ ସଚେତନ ରହିବାର ଆବଶ୍ୟକତା ରହିଛି ।
ପରିଣାମ- ପ୍ରେରିତ ଡାଟା ବିଶ୍ଲେଷଣ କରିବାର ଦକ୍ଷତା
ଗୋଟିଏ ଡିଜିଟାଲ୍ ମାର୍କେଟିଂ କ୍ୟାମ୍ପେନ୍ ପାଇଁ ଆପଣଙ୍କ ମାର୍କେଟିଂ ଲକ୍ଷ୍ୟ ପୂରଣ କରିବାକୁ ଡାଟା ଆନାଲିଟିକ୍ ବ୍ୟବହାର କରିବାର ଦକ୍ଷତା ଏ ମୋଡ଼ରେ ନିହାତି ଆବଶ୍ୟକ । ତେବେ, ଯେତେବେଳେ ଅନେକ ପରିମାଣର ଡାଟା ଉପଲବ୍ଧ ରହୁଛି, ସେତେବେଳେ ଏହା ଜରୁରୀ ଯେ, ଆପଣ ସେ ଡାଟା ନେଇ କଣ କରୁଛନ୍ତି, ଯାହା ଆପଣଙ୍କ କ୍ୟାମ୍ପେନର ସଫଳତା ସ୍ଥିର କରିବ । ତେବେ ଡାଟା ବିଜ୍ଞାନ କ୍ଷେତ୍ରର ଜଣେ ବିଶେଷଜ୍ଞଙ୍କୁ ଏସବୁ ଡାଟାର ସମ୍ପୂର୍ଣ୍ଣ ଉପଯୋଗ କରି କାର୍ଯ୍ୟକ୍ରମ କରିବା ଯୋଗ୍ୟ ଅନ୍ତଦୃଷ୍ଟି ବିକାଶ ପାଇଁ ନିୟୋଜିତ କରାଯାଇ ପାରିବ, କିନ୍ତୁ ଡାଟା ଆନାଲିଟିକ୍ ର ତୃଣମୂଳ ସ୍ତର ଜ୍ଞାନ ରହିବା ଭଲ । ଡାଟା ଆନାଲିଟିକ୍ ର କେତେକ ଦିଗ ଯାହା ପ୍ରତି ଚାକିରି ପାଇବା ପାଇଁ ଆପଣ ଧ୍ୟାନ ଦେବା ଆବଶ୍ୟକ ହେଉଛି : - ଡାଟା ମାଇନିଂ, ବିଜନେସ୍ ଇଣ୍ଟେଲିଜେନ୍ସ, ଟେକ୍ସ୍ଟ ଆନାଲିଟିକ୍ସ, ଏବଂ ଡାଟା ଭିଜୁଆଲାଇଜେସନ୍ ।
ଯଦି ଆପଣଙ୍କ ପାଖରେ ଉପରୋକ୍ତ କୌଶଳ ସବୁ ଅଛି, ତାହେଲେ ଗୁରଗାଓଁ, ମୁମ୍ବାଇ, ନଭି ମୁମ୍ବାଇ କିମ୍ବା ନୋଇଡ଼ାରେ ଡିଜିଟାଲ୍ ମାର୍କେଟିଂ ଚାକିରି ପାଇବା ରୋମାଞ୍ଚକ ଏବଂ ଲାଭପ୍ରଦାନକାରୀ ବିଚାର ହେବ । ଏହା ଆପଣଙ୍କୁ ଆପଣଙ୍କ କ୍ଲାଇଣ୍ଟଙ୍କ ବ୍ୟବସାୟ ସମୃଦ୍ଧ କରିବାରେ ସାହାଯ୍ୟ କରିବ ଏବଂ ନିଜର ବୃତ୍ତିଗତ ସ୍ତରରେ ଅଭିବୃଦ୍ଧି ଆଣିଦେବ ।